ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ତେବେ ଚତୁର୍ଥ ଦିନ ସୁଦ୍ଧା ଭାରତୀୟ ଦଳ ଦୁଇ ୱିକେଟ ହରାଇ ୯୮ ରନ କରିବାରେ ସକ୍ଷମ ହୋଇଛି । ଚେତେଶ୍ୱର ପୂଜାରା ୯ ଏବଂ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪ ରନ କରି ଅପରାଜିତ ଅଛନ୍ତି । ଅନ୍ୟପଟେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୭୧ ରନ ହୋଇଥିବାବେଳେ ଆଉଟ ହୋଇଥିଲେ । ମାତ୍ର ତାଙ୍କର ଆଉଟ ହେବାର କିଛି ସମୟ ପରେ ୯୨ ରନରେ ରୋହିତ ଶର୍ମା ଆଉଟ ହୋଇଯାଇଥିଲେ । ତେବେ ଭାରତୀୟ ଦଳକୁ ୪୦୭ ରନର ବିଜୟ ଲକ୍ଷ ଦେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0