ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା । ପୋଷ୍ଟରମାରି ବନ୍ଧାହେଲେ ୨ ଜଣ । ଘଟଣାରେ ୨ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ସୂଚନା । ସବୁଠାରୁ ବଡ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ । ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଅପରାଜିତାଙ୍କ ଅତି ଏକାନ୍ତ ଅନୁଗତ ବୋଲି କୁହାଯାଉଛି । ତେବେ ସାଂସଦ ଦିଲ୍ଲୀରେ ଥିବା ବେଳେ କାହିଁକି ତାଙ୍କ ନାଁରେ ଏମିତି ପୋଷ୍ଟର ମରାଗଲା । ଦୁହେଁ ଅପରାଜିତାଙ୍କ ଘନିଷ୍ଠ ସତ୍ୱେ କାହିଁକି ପୋଷ୍ଟର ମାରିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ମାତ୍ର ଏହି ଘଟଣା ଅସନ୍ତୋଷକୁ ସୂଚାଉଛି । ତେବେ ପୁରୁଣା ଭୁବନେଶ୍ୱର କାନ୍ଥବାଡ, ଗଳିକନ୍ଦିରେ ସାଂସଦ ଅପରାଜିତାଙ୍କ ଫଟୋଥିବା ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଥିଲା । ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ଏକାମ୍ରକ୍ଷେତ୍ରର ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରସଙ୍ଗକୁ ନେଇ କାହିଁକି ସାଂସଦ ମୁହଁ ଖୋଲୁ ନାହାନ୍ତି ବୋଲି ପୋଷ୍ଟରରେ ଲେଖା ଥିଲା । ବିରୋଧ ପରେ ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ହଟିଛି । ହେଲେ ଏହାକୁ କାହିଁକି ଭୁବନେଶ୍ୱର ସାଂସଦ ଅପରାଜିତା ବିରୋଧ କରୁ ନାହାନ୍ତି ବୋଲି ଭୁବନେଶ୍ୱର ବାସିନ୍ଦା ମତ ରଖିଛନ୍ତି । ସେପଟେ ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି । ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ । ଆଉ ଉକ୍ତ ଘଟଣାରେ ତାଙ୍କ ପିଏକୁ ବାନ୍ଧିଛି ପୋଲିସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0