ନୂଆଦିଲ୍ଲୀ: ଇଲଂଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଆସନ୍ତା ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଉଭୟ ଦଳ ସହ ଦର୍ଶକଙ୍କ ମନରେ ଉକ୍ରଣ୍ଠା ଭରି ରହିଛି । ଏପରିସ୍ଥଳେ ଇଂଲଣ୍ଡର ପୂର୍ବ ଅଫ ସ୍ପିନର ଗ୍ରିମ ସ୍ୱାନ ଦଳର ଜ୍ୟାକ ଲିଚ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଏହା ସହ ଭାରତ ଗସ୍ତରେ ଜ୍ୟାକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟରେ ଲିଚ ଏବଂ ଡୋମଙ୍କ ଯୋଡି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଅନ୍ୟପଟେ ଭାରତୀୟ ବ୍ୟାଟ୍ସମ୍ୟାନ ବହୁତ ଧୌର୍ଯ୍ୟର ସହ ଖେଳନ୍ତି । ଏଣୁ ସଂଯୋମତାର ସହ ବୋଲିଂ କଲେ ୱିକେଟ ନିଶ୍ଚିତ ମଳିବ ବୋଲି ଇଂଲଣ୍ଡର ପୂର୍ବ ଅଫ ସ୍ପିନର ଗ୍ରିମ ସ୍ୱାନ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0