ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି । ଗତ କିଛିମାସ ଧରି କେ.ପି ଶର୍ମା ଓଲିଙ୍କ ବିରୋଧରେ ପ୍ରବଳ ଅସନ୍ତୋଷର ସ୍ୱର ଉଠିଥିଲା । ଏପରିକି ଚୀନ କଥାରେ ପରିଚାଳିତ ହେଉଥିବା ନେପାଳ ମିତ୍ର ରାଷ୍ଟ୍ର ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ । ତେବେ ଓଲିଙ୍କୁ ଦଳରୁ ବହିଷ୍କାର ପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବଡଧରଣ ବିଭାଜନ ଆଶଙ୍କା ବଢିଯାଇଛି । ଓଲିଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0