ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଏବେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତେବେ ଏହି ମ୍ୟାଚରେ ଚମକ୍ରାର ବୋଲିଂ କରି ୪ ୱିକେଟ ନେଇଥିଲେ ରବୀନ୍ଦ ଜାଡେଜା । ଏହା ସହ ନିଜର ଉଚ୍ଚକୋଟିର ଫିଲ୍ଟିଂ କରି ଏକ ଡାଇରେକ୍ଟ ଥ୍ରୋରେ ଷ୍ଟିଭ ସ୍ମିଥଙ୍କୁ ରନ ଆଉଟ କରିଥିଲେ ରବୀନ୍ଦ୍ର ଜାଡେଜା । ତେବେ ନିଜର ଥ୍ରୋକୁ ନେଇ ଜାଡେଜା କହିଛନ୍ତି, ଏହା ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ । ମୁଁ ଏହି ରନ ଆଉଟକୁ ବାରମ୍ବାର ଦେଖିବା ପାଇଁ ଚାହେଁ । ୩୦ ୟାର୍ଡ ସର୍କଲ ବାହାରୁ ଡାଇରେକ୍ଟ ଥ୍ରୋ କରି ରନ ଆଉଟ କରିବା ଏକ ସନ୍ତୋଷର ବିଷୟ । ୩ରୁ ୪ ୱିକେଟ ନେବା ମୋ ପାଇଁ ଖୁସିର କଥା । କିନ୍ତୁ ଏହି ରନ ଆଉଟ ଟି ମୋର ସାରା ଜୀବନ ମନେ ରହିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0