ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କୁ ଭାରତ-ଆମେରିକୀୟ ଛାତ୍ର ଚ୍ୟାଲେଞ୍ଜ କରିଛନ୍ତି । ଏନେଇ ରଣଦୀପ ହୋଥି ସ୍ପେସ ଏକ୍ସ ଫାଉଣ୍ଡର ଏଲନ ମସ୍କଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଛନ୍ତି। ପ୍ରଥମ ରାଉଣ୍ଡରେ ଏଲନ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। ରଣଦୀପ ଏଲନ ମସ୍କ ଓ ଟେସ୍ଲାର ଦୃଢ ସମାଲୋଚକ। ଦୁଇଟି ଘଟଣା ପରେ ଏଲନ ମସ୍କ ରଣଦୀପ ହୋଥିଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମଥର, ୨୦୧୯ରେ ରଣଦୀପ କାଲିଫର୍ନିଆରେ ଟେସ୍ଲାର ସେଲ୍ସ ସେଣ୍ଟରକୁ ଯାଇଥିଲେ। ସେଠାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଦ୍ୱିତୀୟଥର, ରଣଦୀପ ଟେସ୍ଲାର ଟେଷ୍ଟ କାରର ଫଟୋ ଉଠାଇ ତାକୁ ଅନଲାଇନ ପୋଷ୍ଟ କରିଦେଇଥିଲେ। ଏହାପରେ ଏଲନ ମସ୍କ ଅନଲାଇନ ଏଡିଟରଙ୍କୁ ସାକ୍ଷାତ କରି ରଣଦୀପଙ୍କୁ ମିଛୁଆ କହିଥିଲେ ଓ କହିଥିଲେ ଯେ ସେ ତାଙ୍କ ସିକ୍ୟୁରିଟି ଗାର୍ଡକୁ ମାରିଦେଇଥାନ୍ତେ।
Photographs: $TSLA recording the “autonomous driving” demo for its so-called “Autonomy Investor Day” (Apr 22).
Mounted, two cameras: one rear-facing on the trunk, one inside directed towards the steering and center console.
Note the license plate: MFG632779S. a company vehicle pic.twitter.com/HtCKwAGJkY
— skabooshka (@skabooshka) April 18, 2019



Visitors Today : 1
Total Visitors : 129939
Total Views : 9891293
Visitors Online Now : 0