spot_img

ଓଡିଶା ଟି୨୦ କ୍ରିକେଟ ଲିଗରେ କ୍ରମାଗତ ଦ୍ୱିତୀୟ ଥର ବିଜୟ ହୋଇଛି ପାନ୍ଥର୍ସ

କଟକ: ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଟି୨୦ କ୍ରିକେଟ ଲିଗର ପ୍ରଥମ ମ୍ୟାଚରେ ଓଡିଶା ପାନ୍ଥର୍ସ ୭ ୱିକେଟ ଟାଇଗର୍ସକୁ ପରାସ୍ତ କରିଛି । ଟାଇଗର୍ସ ପକ୍ଷରୁ ଧାର୍ଯ୍ୟ ୧୨୭ ରନର ବିଜୟ ଲକ୍ଷ୍ୟକୁ ପାନ୍ଥର୍ସ ୧୯.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ତେବେ ଚଳିତ ପ୍ରତିଯୋଗିତାରେ ପାନ୍ଥର୍ସର ଏହା କ୍ରମାଗତ ଦ୍ୱିତୀୟ ଏବଂ ମୋଟ ୪ର୍ଥ ବିଜୟ । ଏହା ସହ ୪ ମ୍ୟାଚରୁ ୧୬ ପଏଣ୍ଟ ପାଇ ଦଳ ଟେବୁଲର ଶୀର୍ଷରେ ନିଜର ସ୍ଥାନକୁ ସୁଦୃଢ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular