ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ଚାଷୀମାନଙ୍କ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହି ଆନ୍ଦୋଳନକୁ ନେଇ ଶେଷରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଏହି ମତଭେଦ ସମୟରେ ଆମେ ସମସ୍ତେ ଏକଜୁଟ ହେବା । କୃଷକମାନେ ଆମ ଦେଶର ଏକ ଅବିଚ୍ଚେଦ ଅଙ୍ଗ ଏବଂ ମୁଁ ନିଶ୍ଚିତ ଯେ ସମସ୍ତ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନ ମିଳିବ ଯାହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ଏବଂ ସମସ୍ତେ ଏକାଠି ଆଗକୁ ବଢିପାରିବେ । ବିରାଟଙ୍କ ବ୍ୟତୀତ ଅନେକ ଭାରତୀୟ ଖେଳାଳି କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ କୃଷକ ଆନ୍ଦୋଳନ ଉପରେ ସୋସିଆଲ ମିଡିଆରେ ପପ ଷ୍ଟାର ରିହାନା ମଧ୍ୟ ଏକ ଟ୍ୱିଟ କରିଥିଲେ । ଯାହାଫଳରେ ସମଗ୍ର ବିଶ୍ୱର ଧ୍ୟାନକୁ ସେ କେନ୍ଦ୍ରୀଭୁତ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0