ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆ ଡିଆରଡିଓ କ୍ରୟ ମାନୁଆଲ-୨୦୨୦କୁ ଅନୁମୋଦନ କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଟ୍ୱିଟ ମାଧ୍ୟମରେ ସୂଚନା ମିଳିଛି । ତେବେ ଏହି ଟ୍ୱିଟରେ କୁହାଯାଇଛି, ଏହା ଅଧିକରୁ ଅଧିକ ଭାରତୀୟ ଶିଳ୍ପକୁ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ୟ୍ୟ କରିବାକୁ ଉତ୍ସାହିତ କରିବ।
Raksha Mantri Shri @rajnathsingh has approved a new @DRDO_India Procurement Manual (PM-2020) to encourage more participation of the Indian Industry including startups and MSMEs in Research & Development activity and also to achieve the goal of self reliance in Defence.
— रक्षा मंत्री कार्यालय/ RMO India (@DefenceMinIndia) October 20, 2020
ଏହା ଦ୍ୱାରା ଭାରତ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ସହଜରେ ହାସଲ କରିପାରିବ। ଅନୁସନ୍ଧାନ ଏବଂ ବିକାଶ କାର୍ୟ୍ୟକଳାପରେ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ସମେତ ଭାରତୀୟ ଶିଳ୍ପର ଅଧିକ ଅନ୍ତର୍ଭୁକ୍ତିକୁ ଉତ୍ସାହିତ କରିବା ତଥା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲ କରିବା ପାଇଁ ଏହି ନୂତନ କ୍ରୟ ମାନୁଆଲ୍ ସହାୟକ ହେବ ବୋଲି ଜଣାପଡିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0