ନୂଆଦିଲ୍ଲୀ: ମହାମାରୀ କରୋନା ଏବେ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଉଛି । ଏନେଇ ଏମ୍ସର ଡାକ୍ତରୀ ଟିମ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଏମ୍ସରେ ଭର୍ତ୍ତୀ ହୋଇଥିବା ଜଣେ ୧୧ ବର୍ଷୀୟ ନାବାଳିକାର କରୋନା ଭୂତାଣୁ ପାଇଁ ଦୃଷ୍ଟି ଶକ୍ତି ହରାଇବା ଘଟଣା ଏବେ ପଦାକୁ ଆସିଛି । ଡାକ୍ତରଙ୍କ କହିବା ଅନୁସାରେ, କୋଭିଡ୍ -୧୯ ସଂକ୍ରମଣ ଦ୍ବାରା ୧୧ବର୍ଷୀୟା ନାବାଳିକା ଆକ୍ୟୁଟ୍ ଡେମେଲିନାଟିଂ ସିଣ୍ଡ୍ରୋମର ଶିକାର ହୋଇଥିବା ଜଣା ପଡ଼ିଥିଲା ଜ୍ଝ ସେ ଆମେରିକାରୁ ଆସିଥିବା ବେଳେ ଧିରେ ଧିରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ଜଣାଇଥିଲେ। ଏହା ପୂର୍ବରୁ କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିଲା । କିନ୍ତୁ ନାବାଳିକାର ଏଭଳି ଅବସ୍ଥା କରୋନା ଭୂତାଣୁ ପାଇଁ ହୋଇଥିବା ଜାଣି ଆମେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରୁଛୁ। ତେବେ ଇମ୍ୟୁନୋଥେରାପି ଦ୍ବାରା ନାବାଳିକାର ଚିକିତ୍ସା କରାଯାଇଥିବା ବେଳେ ଏବେ ତାଙ୍କର ୫୦ପ୍ରତିଶତ ଦୃଷ୍ଟିଶକ୍ତି ଫେରି ଆସିଛି ଏବଂ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0