ଭୁବନେଶ୍ୱର : ବିଧାନସଭା ଅଧୀନସ୍ଥ ପଟେଲ ହଲ୍ , ପୂର୍ବତନ ବିଧାୟକଙ୍କ ଅତିଥି ଭବନ, ନୂଆ ଅତିଥି ଭବନ ଓ ବିଧାୟକଙ୍କ ବାସଗୃହ ରକ୍ଷଣାବେକ୍ଷଣ ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ କରିବ। ଏ ନେଇ ଆଜି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ବ୍ୟୟବରାଦ କରାଯାଇଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଡିଭିଜନର ଅଧିକାରୀଙ୍କୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏସବୁର ରକ୍ଷଣାବେକ୍ଷଣ ଦାୟିତ୍ବ ପୂର୍ତ୍ତ ବିଭାଗର ଦୁଇଟି ଡିଭିଜନ୍ ଦ୍ବାରା କରାଯାଉଥିଲା। ଏଥିରେ ବହୁ ଅସୁବିଧା ହେବାରୁ ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ ଅଧୀନକୁ ଆଣିବାକୁ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ରାସ୍ତା ଓ କୋଠାବାଡ଼ି ଡିଭିଜନ୍-୧ର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଜନସ୍ବାସ୍ଥ୍ୟ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0