ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ଉମେଶ ଯାଦବ ନୂଆ ବର୍ଷର ପ୍ରଥମ ଦିନରେ କନ୍ୟା ସନ୍ତାନର ଜନକ ହୋଇଛନ୍ତି । ତେବେ ତାଙ୍କ ପତ୍ନୀ ତାନ୍ୟା ୱାଧୱା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ଉମେଶ ନିଜ ଟ୍ୱିଟ ମାଧ୍ୟମରେ ଖୁସି ଜାହିର କରିଛନ୍ତି । ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ ପକ୍ଷରୁ ମଧ୍ୟ ଉମେଶଙ୍କୁ ଟ୍ୱିଟ କରି ଶୁଭେଚ୍ଚା କାମନା କରାଯାଇଛି । ଉମେଶ ୨୦୧୩ ମସିହାରେ ତାନ୍ୟାଙ୍କ ସହ ବିବାହ ବନ୍ଧନରେ ଆବର୍ଦ୍ଧ ହୋଇଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0