ନୂଆଦିଲ୍ଲୀ: ଭାରତୀୟ ମୋଟରସାଇକଲ ରେସର ସି.ଏସ. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏୟାରଲିଫ୍ଟ ଯୋଗେ ରିୟାଦସ୍ଥିତ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ ସେ କୋମାକୁ ଚାଲିଯାଇଛନ୍ତି ବୋଲି ଡାକ୍ତର ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, ହିରୋ ମୋଟୋସ୍ପୋଟରସ ପାଇଁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷୀୟ ସନ୍ତୋଷ ବିଶ୍ୱର ଅନ୍ୟତମ ବୃହତ ରାଲିର ୪ର୍ଥ ପର୍ଯ୍ୟାୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ବେଳେ ତାଙ୍କ ବାଇକ ଘଣ୍ଟା ପ୍ରତି ୧୩୫ କି.ମି. ଥିଲା ବୋଲି ସୂଚନା ମିଳିଛି ।




Visitors Today : 3
Total Visitors : 130169
Total Views : 9891615
Visitors Online Now : 0