spot_img

ପୋଲ ବାଡାକୁ ଧକ୍କା ଦେଲା ବାଇକ୍

ବାରିପଦାବାଇକ୍ ଆରୋହୀ ବାଙ୍ଗିରିପୋଷି ଥାନା ଅଧିନ ପଥୁରି ନିକଟସ୍ଥ କତରା ନଦୀ ପୋଲ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଯାଇଥିଲେ । ଫଳରେ ଆରୋହୀ ଜଣଙ୍କ ପୋଲ ତଳକୁ ଖସିପଡି ଗୁରୁତର ହେଇଛନ୍ତି । ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନାହିଁ । ଗତ କିଛି ବର୍ଷ ଧରି ବାଙ୍ଗିରିପୋଷି ଘାଟି ଏବଂ ଆଖପାଖ ଅଞ୍ଚଳରେ ନିୟମିତ ଭାବରେ ଦୁର୍ଘଟଣା ବଢି ଚାଲିଛି । ହେଲେ ପ୍ରଶାସନ ବର୍ତ୍ତମାନ ଯାଏଁ କେବଳ ସମୀକ୍ଷା କରି ଚୁପ୍ ବସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ଦିନରୁ ଆସନ୍ତୋଷ ଲାଗି ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular