spot_img

ରେକର୍ଡ ସୃଷ୍ଟି କଲା ସେୟାର ବଜାର

ନୂଆଦିଲ୍ଲୀ: ଭାରତରେ ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ଏପରି ହେବା ଦ୍ୱାରା ସେୟାର ବଜାରରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚନା ଅନୁସାରେ, ସେନସେକ୍ସ୍ ୧୦୮ ଅଙ୍କ ବୃଦ୍ଧି ପାଇ ୪୬,୭୭୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ସହିତ ୧୩,୭୧୩.୫୫ରେ ଖୋଲିଥିଲା । କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୮୨୫.୭୪ରେ ପହଞ୍ଚିଥିଲା ଯାହାକି ଏପର୍ୟ୍ୟନ୍ତ ଐତିହାସିକ ସ୍ତର । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୭୩୦.୭୫ ପର୍ୟ୍ୟନ୍ତ ଛୁଇଁଥିଲା । ନିଫ୍ଟିରେ ବୃଦ୍ଧି ପାଇଥିବା ପ୍ରମୁଖ ସେୟାରଗୁଡିକ ମଧ୍ୟରେ ଶ୍ରୀ ସିମେଣ୍ଟ୍, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଏଚଡିଏଫସି ଏବଂ ଡଃ ରେଡ୍ଡିଜ୍ ଲ୍ୟାବ୍ସ ଅଛନ୍ତି । କାରବାର ଆରମ୍ଭରୁ ୯୧୦ଟି ସେୟାରରେ ବୃଦ୍ଧି ଏବଂ ୩୯୦ଟି ସେୟାରରେ ହ୍ରାସ ପାଇଥିଲା । ବର୍ଗର କିଙ୍ଗ୍ର ସେୟାରରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular