spot_img

ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ

କର୍ଣ୍ଣାଟକ: ଏବେ ଦେଶର ମହିଳା ମାନେ ଆଉ ପଛରେ ନାହାନ୍ତି । ଯାହାର ପ୍ରମାଣ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଆମେରିକାର ଜୋ- ବାଇଡେନଙ୍କ ଟିମରେ ସାମିଲ ହୋଇଛନ୍ତି ଅନେକ ଭାରତୀୟ ମହିଳା । ଏହା ସହ ଆମେରିକାର ଉପରାଷ୍ଟ୍ରପତି ଭାବେ ବି ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ ନିର୍ବାଚିତ ହେବା ପରେ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଥିଲୁ । ହେଲେ ଏହି ଗୌରବର ପୃଷ୍ଟାରେ ପୁଣି ନାମ ଲେଖାଇଛନ୍ତି ଜଣେ ଭାରତୀୟ ଛାତ୍ରୀ । କର୍ଣ୍ଣାଟକ ରାଜ୍ୟର ଝିଅ ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯେ କି ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପୂର୍ବତନ ଛାତ୍ରୀ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular