ନୂଆଦିଲ୍ଲୀ: ଆସନ୍ତା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏଥିରେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । କ୍ୟାପଟେନ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଚୟନକର୍ତ୍ତାମାନେ ୪ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ଏଥିରେ ଅଛନ୍ତି ଝାଡଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦୀମ, ଆନ୍ଧ୍ର ୱିକେଟ କିପର କେ.ଏସ ଭରତ, ବେଙ୍ଗଲ ଓପନିଂ ବ୍ୟାଟ୍ସମ୍ୟାନ ଅଭିମନୁ୍ୟ ଈଶ୍ୱରନ ଏବଂ ରାଜସ୍ଥାନ ଲେଗସ୍ପିନର ରାହୁଲ ଚହର । ଏହା ବ୍ୟତୀତ କୋଭିଡ ମହାମାରୀ ଗାଇଡଲାଇନକୁ ଦୃଷ୍ଟିରେ ରଖି ୫ ନେଟ ବୋଲରଙ୍କୁ ମଧ୍ୟ ଚୟନ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0