ବୁଏନ୍ସଏୟାର୍ସ: ଭାରତୀୟ ହକି ଦଳ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ହାରର ସ୍ୱାଦ ଚାଖିଛି । ଏହା ସହ ବିପକ୍ଷ ଆର୍ଜେଣ୍ଟିନା ଦଳ ୨-୦ ଗୋଲରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଆର୍ଜେଣ୍ଟିନା ଦଳ ପକ୍ଷରୁ ସିଲଭିନା ଡି’ଏଲିଆ ଏବଂ ଅଗଷ୍ଟିନା ଅଲବର୍ଟାରିଓ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଏହାର ଜବାବରେ ଭାରତୀୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାରେ ସମର୍ଥ ହୋଇପାରିନଥିଲା । ଅନ୍ୟପଟେ ଭ୍ରମଣକାରୀ ଭାରତୀୟ ଦଳ ପାଇଁ କ୍ରମାଗତ ଭାବରେ ଏହା ଦ୍ୱିତୀୟ ପରାଜୟ । ତେବେ ଦୁଇଦିନ ପୂର୍ବରୁ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆୟୋଜକ ଦେଶଠାରୁ ୨-୩ ଗୋଲରେ ହାରିଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0