ଭୁବନେଶ୍ୱର: କରୋନା ପାଇଁ ଫେବ୍ରୁଆରୀ ମାସର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ୟ୍ୟନ୍ତ ଲାଗୁ ହେବ। ଏହି ଗାଇଡଲାଇନରେ କ’ଣ ସବୁ ରହିଛି, ଜାଣି ନିଅନ୍ତୁ।
• କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ ହୋଇପାରିବ କଣ୍ଟେନମେଣ୍ଟ
• ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
• ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ସମାଗମକୁ ଅନୁମତି ମିଳିଛି
• ବିବାହ ଏବଂ ଶେଷକୃତ୍ୟ କାର୍ୟ୍ୟରେ ସର୍ବାଧିକ ୫ଶହ ଅତିଥି ଉପସ୍ଥିତ ରହିପାରିବେ
• ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ଅନୁମତି ମିଳିଛି
• ଖୋଲା ଜାଗାର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
• ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ, ଥର୍ମାଲ ସ୍କାନିଂ ଜରୁରୀ
• ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରିବାକୁ ପରାମର୍ଶ
• ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ
• ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ
• ଏସ୍ଓପି ମାନି ଖୋଲିପାରିବ ସିନେମା ହଲ୍, ଥିଏଟର
• ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା, ଖୋଲାମଞ୍ଚ
• ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡିତ ହେବାକୁ ପଡ଼ିବ
• ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଗୁଟଖା, ପାନ ସେବନ ମନା
• ଫେବ୍ରୁଆରୀ ୧ରୁ ଅଙ୍ଗନବାଡ଼ି କେନ୍ଦ୍ର କାର୍ୟ୍ୟକ୍ଷମ ପାଇଁ ଦିଆଯାଇଛି ନିର୍ଦ୍ଦେଶ



Visitors Today : 0
Total Visitors : 130166
Total Views : 9891611
Visitors Online Now : 0