ମୁମ୍ବାଇ ୧୩/୬ ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ୧୦୦ ବର୍ଷରେ ଦେହାନ୍ତ । ମୁମ୍ବାଇସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଇଜିଙ୍କର ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ । ବାର୍ଦ୍ଧକ୍ୟ ହେତୁ ରାଇଜିଙ୍କର ମୃତୁ ଘଟିଥିବା କଥା ତାଙ୍କ ଜ୍ବାଇଁ ସୁଚନା ଦେଇଛନ୍ତି । ୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ରାଇଜି ନିଜ କ୍ୟାରିଅରରେ ୯ଟି ଫାଷ୍ଟକ୍ଲାସ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୨୭୭ ରନ କରିଥିଲେ।

ପ୍ରାରମ୍ଭରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ କାମ କରୁଥିବା ରାଇଜି କ୍ରିକେଟ୍ ପ୍ରତି ଥିବା ଶ୍ରଦ୍ଧାକୁ ଅଣହେଳା କରି ପାରି ନ ଥିଲେ। ତାଙ୍କ ନିଧନରେ ବିସିସିଆଇ ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0