ଜାକର୍ତା: ଶନିବାର ଦିନ ୬୨ଜଣ ଲୋକଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ‘ଶ୍ରୀଓ୍ଵିଜୟ ଏୟାରପ୍ଲେନ’ଟି ବୋଧହୁଏ ପାଣିରେ ପିଟି ହୋଇ ଖଣ୍ଡବିଖଣ୍ଡ ହୋଇଯାଇଛି ବୋଲି ସୋମବାର ଦିନ ଇଣ୍ଡୋନେସିଆ ‘ନ୍ୟାସନାଲ ଟ୍ରାନସପୋର୍ଟେସନ ସେଫଟି କମିଟି’ର ମୁଖ୍ୟ ସୋଏରଜାନ୍ତୋ ଜାଜୋନୋ କହିଛନ୍ତି। ଜାଜୋନୋ କହୁଛନ୍ତି, ପାଣିରେ ମାଡ଼ ହେବା ସମୟରେ ସମ୍ଭବତଃ ବିମାନଟି ଖଣ୍ଡବିଖଣ୍ଡ ହୋଇଯାଇଛି। ଏଥିରୁ ଆଭାସ ମିଳୁଛି ଯେ, ଆକାଶରେ ବିମାନଟି ବିସ୍ଫୋରିତ ନ ହୋଇ ଅତୁଟ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମାନର ଭଗ୍ନାଂଶର ଅଧିକାଂଶ ଛୋଟ ଛୋଟ ଟୁକୁରା ମିଳିଛି। ପୁଣି ସେ ସବୁ ଦୂରକୁ ବିଛାଡ଼ି ହୋଇ ପଡ଼ିନାହିଁ। ଭଙ୍ଗାରୁଜା ଅଂଶ ସବୁ ଗୋଟିଏ ଅଞ୍ଚଳରେ ଠାବ କରାଯାଇଛି। ଏହି ବୋଇଙ୍ଗ ୭୩୭-୫୦୦ ବିମାନଟି ଶନିବାର ଅପରାହ୍ଣରେ ରାଜଧାନୀ ଜାକର୍ତାରୁ ପଶ୍ଚିମ କାଲିମତନ ପ୍ରଦେଶ ଅନ୍ତର୍ଗତ ପୋଣ୍ଟିଆନକ ସହରକୁ ଯାଉଥିବା ବେଳେ ଜାକର୍ତାର ଉତ୍ତର ପଟେ ଥିବା ସେରିବୁ ଜିଲ୍ଲା ଅନ୍ତର୍ଗତ ଜାଭା ସାଗର ମଧ୍ୟକୁ ଖସିପଡ଼ିଥିଲା। ଏଥିରେ ସାତଜଣ ପିଲା ଏବଂ ତିନିଜଣ କୋଳଛୁଆ ସମେତ ୫୦ଜଣ ଯାତ୍ରୀ ଏବଂ ୧୨ଜଣ ପରିଚାରକ ଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0