ଚିଲିକା: କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ । ୨ ଟି ପରିବାର ମାଆ କାଳିଜାଇଙ୍କ ଦର୍ଶନ ସାରି ବାଲୁଗାଁରୁ ଖୋର୍ଦ୍ଧା ଅଭିମୁଖେ ଫେରୁଥିବା ବେଳେ ଘଟିଛି ଅଘଟଣ । ୧୬ ନଂ ଜାତୀୟ ରାଜପଥ କହ୍ନେଇପୁର ଛକ ନିକଟରେ ଠିଆ ହୋଇଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି ଏକ ନାନୋ କାର । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ନୟାଗଡର ବୈଜୟନ୍ତୀ ପଟ୍ଟନାୟକ ବୋଲି ମଧ୍ୟ ସୂଚନା ମିଳିଛିି । ସମସ୍ତ ଆହତ ବ୍ୟକ୍ତି ନୟାଗଡର ହୋଇଥିବା ବେଳେ ଘଟଣାରେ ଜଣେ ନାବାଳକ ସୁସ୍ଥ ଥିବା ଜଣାପଡିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0