spot_img

ବ୍ରହ୍ମପୁରରେ ରୋଡ ଓଭର ବ୍ରିଜ୍ ଉଦଘାଟନ କଲେ ମୁ୍ଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ରେଲୱେ ଓଭର ବ୍ରିଜ (ଫ୍ଲାଏଓଭର ବ୍ରିଜ) ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟିକ ହବ ଭାବରେ ବ୍ରହ୍ମପୁର ନାଁ କରିଛି । ରାଜ୍ୟ ସରକାର ବ୍ରହ୍ମପୁରର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ବ୍ରହ୍ମପୁରକୁ ଏକ ଅତ୍ୟାଧୁନିକ ସହରରେ ପରିଣତ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି । ୨୭ କୋଟି ଟଙ୍କାରେ ନିର୍ମିତ ନୂତନ ବ୍ରିଜ ଯୋଗାଯୋଗ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କର ବହୁ ଅସୁବିଧା ପୂରଣ କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular