ସମସ୍ତ ପ୍ରୟାସ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଅଗଷ୍ଟ ମାସ ତୂଳନାରେ ସେପ୍ଟେମ୍ବର ମାସର ସ୍ଥିତି ଚିନ୍ତାଜନକ ରହିଛି। ରାଜ୍ୟରେ ସଂପ୍ରତି ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଯାହା ସରକାରଙ୍କ ପାଇଁ ଆଶ୍ଵସ୍ତିକର ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୩୨୧୭ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0