ବାଣପୁର: ଜମିବାଡ଼ି ବିବାଦ କୁ ସମାଧାନ କରୁଥିବା ମଧ୍ୟସ୍ଥି କୁ ମରଣାନ୍ତକ ଆକ୍ରମଣ , ୨ ଜଣ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତରକିଆରୀ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାଣପୁର ଥାନା ଅନ୍ତରକିଆରୀ ଗାଁର ରବି ମାନସିଂ ଏବଂ ମୁରଲୀଧର ସାହୁ ମଧ୍ୟରେ ଦୀର୍ଘ ଦିନ ହେଲା ଜମି ବାଡ଼ି ବିବାଦ ଲାଗି ରହିଥିଲା। ସେହି ବିବାଦ କୁ ସମାଧାନ କରିବାକୁ ସେହି ଅଞ୍ଚଳର ୨ ଜଣ ବ୍ୟକ୍ତି ( ମିଟୁ ଦାଶ ଏବଂ ଶରତ ବାଲିଆରସିଂ ) ଯାଇଥିଲେ । ସେହି ସମୟରେ ମୁରଲୀଧର ସାହୁ ଆତ୍ମୀୟ ସୋଜନ ମାନେ ଏକତ୍ରିତ ହୋଇ ସମାଧାନ କରିବାକୁ ଯାଇଥିବା ୨ ମଧ୍ୟସ୍ଥି ଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ମରଣାତ୍ମକ ଆକ୍ରମଣ ର ଶିକାର ହୋଇଛନ୍ତି।ଗୁରୁତର ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0