ରୋମ: ଆପଲ କମ୍ପନୀକୁ ୧୨ ନିୟୁତ ଡଲାର ଜରିମାନା ଲଗାଇଛି ଇଟାଲୀର ଆଣ୍ଟି ଟ୍ରଷ୍ଟ ପ୍ରାଧିକରଣ । ଜଳ ପ୍ରତିରୋଧକ ବା ଓ୍ଵାରଟ ରେଜିଷ୍ଟାନ୍ସ ଗୁଣ ବିଷୟରେ ଭ୍ରମାତ୍ମକ ଦାବି କରିବା ନେଇ ୧୦ ମିଲିୟନ ୟୁରୋ ବା ୧୨ ମିଲିୟନ ଡଲାର ଜରିମାନା ଲଗାଇଥିଲା। ରେଗୁଲେଟର ନିଜର ବିବୃତ୍ତିରେ କହିଛି ଯେ, ଆପଲ କମ୍ପାନୀ ବିଜ୍ଞାପନରେ କହୁଛି ଯେ, ତାର ବିଭିନ୍ନ ମୋଡେଲ୍ ପାଣିରେ ଭିଜିଲେ କି ବୁଡିଲେ କିଛି ହେବ ନାହିଁ। ବିନା ସ୍ପଷ୍ଟୋକ୍ତିରେ କମ୍ପାନୀ ଏହି ପରି ନିଜ ଆଇଫୋନର ବିଜ୍ଞାପନ କରୁଛି। ଅନ୍ୟପଟେ କମ୍ପାନୀ କହୁଛି ଯେ, ତାର ଫୋନ ତରଳ ପଦାର୍ଥରେ କ୍ଷତି ହେଲେ କୌଣସି ଗ୍ୟାରେଣ୍ଟି ଦେବ ନାହିଁ। ସେ ପାଣିରେ ହେଉ କି ଅନ୍ୟ କୌଣସି ତରଳ ଜିନିଷରେ ହେଉ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0