ଆଜି ପବିତ୍ର ଗଣେଶ ଚତୁର୍ଥୀ । ସମଗ୍ର ଦେଶରେ ଗଣେଶ ପୂଜା ପାଳିତ ହୋଇଥାଏ । କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ପାଇଁ ସବୁ କିଛି କିଛି ଫିକା ଫିକା ରହିଛି । କରୋନା ପାଇଁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେଉ ନାହିଁ । ଏହି କାରଣରୁ ଓଡିଶାରେ ଗଣେଶ ପୂଜାର ମାହୋଲ ସମ୍ପୁର୍ଣ୍ଣ ଭିନ୍ନ ଥିବା ନଜରକୁ ଆସିଛି । ଆଜି ସକାଳୁ ଗଣେଶ ପୂଜା ହୋଇଗଲାଣି । ଏପରିକି ସ୍କୁଲ ଓ କଲେଜରେ ପାଳିତ ହେଉ ନାହିଁ ଗଣେଷ ପୂଜା । ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ଛାତ୍ରଛାତ୍ରୀ ଏବେ ସ୍ତୁଲ ଆସିବାର କୌଣସି ଆବଶ୍ୟକତା ନାହିଁ । ସୋମନେ ଘରେ ରହି ବିଘ୍ନବିନାଶ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଣିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେହିପରି ବିଭିନ୍ନ କ୍ଲବର ସଦସ୍ୟମାନେ ବି ଏଥର ଗଣେଶଙ୍କ ପୂଜାର୍ଚ୍ଚନା କରୁ ନଥିବା ଦେଖିବାକୁ ମିଳୁଛି । ସକାଳୁ କୌଣସି ଜାଗାରେ କୋଳାହଳ ନାହିଁ । ସବୁ ମନ୍ଦିର ଏବେ ବନ୍ଦ ରହିଥିବାରୁ ଲୋକମାନେ ମନ୍ଦିରକୁ ପୂଜା ପାଇଁ ଯାଇପାରୁ ନାହାଁନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0