spot_img

ଇସ୍ରୋ ଲଞ୍ଚ କଲା ଚଳିତ ବର୍ଷର ପ୍ରଥମ ସ୍ପେସ ମିଶନ

ବାଙ୍ଗାଲୋର: ଇସ୍ରୋ ଚଳିିତ ବର୍ଷର ପ୍ରଥମ ସ୍ପେସ ମିଶନ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରିଛି । ଧ୍ରୁବିୟ ଉପଗ୍ରହ ଉତକ୍ଷେପଣ ଯାନ ଦ୍ୱାରା ଆଜି ସକାଳ ୧୦ ଟା ୨୪ ମିନିଟରେ ୧୯ ସାଟେଲାଇଟ ମହାକାଶକୁ ପ୍ରକ୍ଷେପିତ କରାଯାଇଛି । ତେବେ ଏହା ହେଉଛି ପିଏସଏଲଭିର ୫୩ତମ ମିଶନ । ଏହା ଜରିଆରେ ବ୍ରାଜିଲର ଆମାଜନିଆ-୧ ସାଟେଲାଇଟ ମଧ୍ୟ ପଠାଯିବ । ଏହା ସହ ଆଉ ୧୮ କମର୍ସିୟାଲ ସାଟେଲାଇଟ ମଧ୍ୟ ପ୍ରକ୍ଷେପିତ କରାଯାଇଛି । ଏଥିମଧ୍ୟରୁ ଗୋଟିଏ ସାଟେଲାଇଟ ସ୍ପେସ କିଡ୍ମ ଇଣ୍ଡିଆର ସାମିଲ ଅଛି । ଅନ୍ୟପଟେ ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular