ସିଡନୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ଯୁବ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାରେ ରାହୁଲ ଖେଳିନଥିଲେ । କିନ୍ତୁ ତୃତୀୟ ଟେଷ୍ଟ ମ୍ୟାଚରେ ତାଙ୍କ ଖେଳିବାକୁ ନେଇ ସମ୍ଭାବନା ଉପୁଜୁଥିଲା । ତେବେ ବିସିସିଆଇ ସଚିବ ଜୟ ଶାହଙ୍କ କହିବା ଅନୁସାରେ, ଅଭ୍ୟାସ ଶିବିରରେ ରାହୁଲ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ବାମ ହାତଗୋଡକୁ ଆଘାତ ଲାଗିଥିଲା । ଏହି ଘଟଣାରୁ ରାହୁଲଙ୍କୁ ସୁସ୍ଥ ହେବାକୁ ଅତିକମରେ ତିନି ସପ୍ତାହ ଲାଗିବ । ଏହା ସହ ସେ ଖୁବଶୀଘ୍ର ଅଷ୍ଟ୍ରେଲିଆରୁ ଭାରତକୁ ଯିବେ । ତାଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସା କରାଯିବ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ଜୟ ଶାହ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0