ପୁରୀ : କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବକମିଟି ଦ୍ୱାରା ହୋଇଥିବା ତାଲିକାରେ କାର୍ତ୍ତିକ ମାସର ନୀତିକାନ୍ତି ରହିଛି। ଭୋର ୪ ଟାରେ ଦ୍ୱାର ଫିଟା, ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ପରେ ଦ୍ୱିତୀୟ ଭୋଗ ମଣ୍ଡପ ଓ ସଂଧ୍ୟା ଆରତି, ସଂଧ୍ୟା ଧୂପ, ବଡ଼ ସିଂହାର ବେଶ ଆଦି ନୀତି କରାଯିବା ପାଇଁ ନିର୍ଘଣ୍ଟ ହୋଇଛି।
ଏହାସହ ଆସନ୍ତା୨୫ ନଭେମ୍ବରରେ ଲକ୍ଷ୍ମୀନାରାୟଣ ବେଶ, ୨୬ ନଭେମ୍ବରରେ ବାଙ୍କଚୂଡ଼ା ବେଶ, ୨୭ ନଭେମ୍ବରରେ ନାଗାର୍ଜୁନ ବେଶ, ୨୮ ନଭେମ୍ବରରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷରେ ୩୦ ନଭେମ୍ବରରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଆସନ୍ତା ୨୭ ଅକ୍ଟୋବର ଠାରୁ ୩୦ ନଭେମ୍ବର ଯାଏ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0