ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦେଶର ସବୁ ମନ୍ଦିରରେ ଦର୍ଶନ କରିବା ପାଇଁ ନୂଆ ଉପାୟ ଆପଣାଯାଇଛି। ମୁମ୍ବାଇ ସହରସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ନୂଆ ଟେକ୍ନିକରେ ଦର୍ଶନ କରାଇବାକୁ ଯୋଜନା ହୋଇଛି। ମନ୍ଦିର ପ୍ରଶାସନ ମନ୍ଦିରରେ କ୍ୟୁଆର କୋଡ ସିଷ୍ଟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ କୌଣସି ମନ୍ଦିରରେ ଏଭଳି ଟେକ୍ନିକ୍ ବ୍ୟବହାର କରାଯାଇଛି। ମନ୍ଦିରରେ କେବଳ ୨୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ। ୨୦୦ ଲୋକ ପ୍ରବେଶ କରିବା ପରେ ମନ୍ଦିରର ଦ୍ୱାର ଆପେ ଆପେ ବନ୍ଦ ହୋଇଯିବ। ଯଦି କୌଣସି ଭକ୍ତ ମାସ୍କ ପିନ୍ଧିନଥିବ ତେବେ ମନ୍ଦିର ଦ୍ୱାର ତାଙ୍କ ପାଇଁ ଖୋଲିବ ନାହିଁ। ଏହି ନୂଆ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ପ୍ରଥମେ ସିଦ୍ଧି ବିନାୟକ ମନ୍ଦିର ଆପ୍କୁ ଯାଇ ନିଜର ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।ମନ୍ଦିରରେ ଆସୁଥିବା ସମସ୍ତ ଭକ୍ତଙ୍କୁ ଏକ ୟୁନିକ ନମ୍ବର ଦିଆଯିବ। କ୍ୟୁଆର କୋଡ୍ ସ୍କାନ କରିବା ପରେ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ। ଭକ୍ତଙ୍କ ଶରୀରର ତାପମାତ୍ରା ମେସିନ୍ ଦ୍ୱାରା ଚେକ କରାଯିବ। ଶରୀରର ତାପମାତ୍ରା ନର୍ମାଲ ନଥିବା ବ୍ୟକ୍ତିଙ୍କୁ ମେସିନ୍ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେବନାହିଁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0