ଜମ୍ମୁ- କାଶ୍ମୀର:
ନାଗ୍ରୋଟାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଭାରତୀୟ ସେନା ବନଟୋଲ୍ ପ୍ଲାଜା ନିକଟରେ ଟ୍ରାଫିକ୍ ଚେକିଂ କରୁଥିବା ବେଳେ ତାଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଘଟଣାର ପରେ ପରେ ସେନା ଆରମ୍ଭ କରିଦେଇଛି ଏନକାଉଁଟର । ଗୁଳିବିନିମୟରେ ୪ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ନିକଟରେ ଥିବା ଜଙ୍ଗଲରେ ୩ ଜଣ ଆତଙ୍କବାଦୀ ଛପିଥିବା ସନେ୍ଦହ କରାଯାଉଛି । ଏହାକୁ ନେଇ ପୁରା ଅଞ୍ଚଳକୁ ସିଲ୍ କରି ସେନା ଚଳାଇଛି ସର୍ଚ୍ଚ ଅପରେସନ । ସୁରକ୍ଷା କାରଣରୁ ପୁରା ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ଜମ୍ମୁ କାଶ୍ମୀରର ଶ୍ରୀନଗର ଜାତୀୟ ରାଜପଥରେ ଗାଡି ଚଳାଚଳକୁ ବର୍ତ୍ତମାନ ପାଇଁ ପୁରା ବନ୍ଦ କରାଯାଇଛି । ସମସ୍ତ ଗାଡି ମୋଟରକୁ ସେନା ଯାଞ୍ଚ କରୁଛି । ପୁରା ଅଞ୍ଚଳକୁ ନାକାବନ୍ଦି କରାଯାଇଛି । ନାଗ୍ରୋଟାରେ ବନ୍ ଟୋଲ୍ ପ୍ଲାଜା ନିକଟରେ ଆଜି ବଡି ଭୋରରୁ ଟ୍ରାଫିକ୍ ଚେକିଂ ବେଳେ ଏପରି ଆତଙ୍କବାଦୀ ଆକ୍ରମଣ ଘଟିଛି । ଟ୍ରକରେ ସଶସ୍ତ୍ର ଆତଙ୍କବାଦୀ ଆସୁଥିବା ବେଳେ ନାଗ୍ରୋଟାର ବନ୍ ଟୋଲ୍ ପ୍ଲାଜାରେ ସେନା ଗାଡିକୁ ଅଟକାଇ ଯାଞ୍ଚ କରିବାକୁ ଆସିବା ସମୟରେ ଟ୍ରକରେ ଲୁଚିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳି ମାଡ କରିଥିଲେ । ସେନାର ପାଲଟା ଗୁଳିରେ ପ୍ରଥମେ ୨ ଓ ତା ପରେ ପୁଣି ଦୁଇ ଏମିତି ୪ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ନିକଟ ଜଙ୍ଗଲକୁ ଖସି ପଳାଇଛନ୍ତି । ମୃତ ୪ ଆତଙ୍କବାଦୀ ପାକିସ୍ତାନର ବୋଲି ପ୍ରାଥମିକ ସୂଚନା ମିଳିଛି । ଗୁଇନ୍ଦା ସୂଚନା ଆଧାରରେ ମଧ୍ୟରାତ୍ରୀରୁ ସେନା ଗାଡି ଚଳାଚଳ ଉପରେ କଡା ନଜର ରଖିଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1