spot_img

ଯାଜପୁରରେ ସକ୍ରିୟ ବାଲି ମାଫିଆ

ଯାଜପୁର: କରୋନା ମହାମାରୀ ସମୟରେ ସରକାରଙ୍କୁ ରାଜସ୍ୱ ଚିନ୍ତା ଥିବା ବେଳେ ଯାଜପୁର ଜିଲ୍ଳାରେ ବାଲି ମାଫିଆଙ୍କ ଚାଲିଛି ରାଜ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଚୋରା ଚାଲଣ କରାଯାଉଛି । ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ଅନ୍ୟପଟେ ସ୍ଥାନୀୟ ମାଫିଆ ଓ ପ୍ରଶାସନିକ ଅଧିକାରୀ ମାଲାମାଲ୍ ହେଉଛନ୍ତି ।ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନି କି ଘଟଣାର ତଦନ୍ତ କରାଯାଇ ଚୋରା ଚାଲଣ ଉପରେ ରୋକ ଲଗାଯାଇପାରୁନି । ବର୍ତ୍ତମାନ ୪ଟି ନଦୀରୁ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ହୋଇଛି । ୧୧ଟି ତହସିଲ ଅଧିନରେ ଥିବା ୧୦ଟି ବ୍ଲକ ଓ ୨ଟି ପୈାରାଞ୍ଚଳରୁ କୋଟି କୋଟି ଟଙ୍କାର ବାଲି ପ୍ରତିଦିନ ଭଦ୍ରକ ଓ ବାଲେଶ୍ୱରକୁ ବେଆଇନ ଭାବେ ଚାଲାଣ ହେଉଛି । ବୁଢା ନଦୀ ଅଡଙ୍ଗ ଘାଟରୁ ବେଆଇନ ଭାବେ ଶହଶହ ଟ୍ରକ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ବେଳେ ଦ୍ୱନ୍ଦ୍ୱରେ ପଡିଛନ୍ତି ଜିଲ୍ଲା ପ୍ରଶାସନ । ଯାଜପୁର ତହସିଲ ଅଧିନ ଅଡଙ୍ଗ ଘାଟକୁ ବାଲି ଉତ୍ତୋଳନ ପାଇଁ ବର୍ଷିକିଆ ଅନୁମତି ଦିଆଯାଇଛି । ବାର୍ଷିକ ୨ ହଜାର ସିଏମ୍ ବାଲି ଉଠାଇବାର ବ୍ୟବସ୍ଥା ରହିଛି । ହେଲେ ମାଫିଆମାନେ ବେଆଇନ ଭାବେ ମେସିନ ଲଗାଇ ଦୈନିକ ୫ହଜାର ସିଏମ ବାଲି ଉଠାଉଛନ୍ତି । ଏହି ଘାଟରୁ ସରକାର ବାର୍ଷିକ ୧୧ଲକ୍ଷ ୫୦ ହଜାର ଟଙ୍କାର ରାଜସ୍ୱ ପାଉଥିବା ବେଳେ ମାଫିଆ ଦୈନିକ ୨୫ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । କେବଳ ଅଡଙ୍ଗ ଘାଟ ନୁହେଁ ଯାଜପୁର ତହସିଲ ଅଧିନରେ ଥିବା ବିଭିନ୍ନ ଘାଟରୁ ଚୋରା ଚାଲଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular