ନୂଆଦିଲ୍ଲୀ: ଆସନ୍ତା କାଲି ତିନି ତଲାକ ବିଲର ଏକ ବର୍ଷ ପୁରୁଛି । ଏନେଇ ଶୁକ୍ରବାର ମୁସଲମାନ ମହିଳା ଅଧିକାର ଦିବସ ପାଳନ କରାଯିବ । ଏକ ଭିଡିଓ କନଫରେନସ୍ ଜରିଆରେ ଏହି ଉତ୍ସବ ପାଳନ କରାଯିବ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ମୁସଲମାନ ମହିଳାମାନେ ସାମିଲ ହେବେ । ଏହି ବିଲ ପାସ୍ ହେବା ପରେ ମୁସଲମାନ ମହିଳାମାନଙ୍କର କଣ ସୁବିଧା ହୋଇଛି ସେ ବିଷୟରେ ଶୁକ୍ରବାର ଦିନ ଆଲୋଚନା ହେବ । ଏନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସହିତ ମନ୍ତ୍ରୀ ମୁଖ୍ତାର ଅବ୍ୱାସ ନକବୀ ଏକ ଭିଡିଓ କନଫରେନସ୍ ଜରିଆରେ ଆଲୋଚନା କରିବେ । ବିଜେପି ତରଫରୁ ଏହି ପରିପ୍ରେକ୍ଷୀରେ ୰ ଞଷବଦ୍ଭଳଗ୍ଦଗକ୍ଟୟସଈଷବସହବବଦ୍ଭ କ୍ୟାମ୍ପେନ କରାଯିବ । ଏନେଇ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ କରି ଜଣାଇଛନ୍ତି ।
ସେପଟେ ବିଜେପି ତରଫରୁ ୨୮ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ କରାଯାଉଛି । ଗତ ଏକ ବର୍ଷ ଭିତରେ ତିନି ତଲାକ ମାମଲାରେ ୭୦ ପ୍ରତିଶତ କମ କେସ୍ ସାମ୍ନାକୁ ଆସିଥିବା ସରକାରୀ ଦଳ ତରଫରୁ ଦାବି କରାଯାଉଛି । ୟୁପିରେ ପ୍ରତିବର୍ଷ ୧୮୬୪ ମାମଲା ସାମ୍ନାକୁ ଆସୁଥିବା ବେଳେ ଚଳିତ ବର୍ଷ କେବଳ ୨୮୧ ମାମଲା ସାମ୍ନାକୁ ଆସିଛି । ୟୁପିକୁ ଛାଡିଦେଲେ ଅନ୍ୟ କେତେକ ରାଜ୍ୟରେ ମଧ୍ୟ କେସ୍ କମିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଅଗଷ୍ଟ ୧ତାରିଖ ୨୦୧୯ରେ ମୋଦି ସରକାର ସଂସଦରେ ‘ତିନି ତଲାକ ବିଲ’ ଆଗତ କରିଥିଲେ । ତିନି ତଲାକକୁ ନ୍ୟାୟ ସଂଗତ ନୁହେଁ ବୋଲି ସଂସଦରେ ସ୍ୱୀକାର କରାଯାଇଥିଲା । ଏନେଇ ତିନି ତଲାକ ଆଇନ୍ ପାସ୍ କରାଯାଇଥିଲା । ଏହି ଆଇନ ଆଧାରରେ କହିବା, ଲେଖିବା ଅଥବା କୌଣସି ପ୍ରକାରରେ ନିଜ ପତ୍ନୀମାନଙ୍କୁ କେହି ତଲାକ ଦେଇପାରିବେ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0