ବାଲେଶ୍ୱର: ବିପଦ ସଙ୍କେତ ଉପରେ ଜଳକା ନଦୀ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ବର୍ତ୍ତମାନ ଏହା ୬.୪୨ ମିଟରରେ ପ୍ରାବାହିତ ହେଉଛି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର, ମୋରଡା,ଚିତ୍ରଡା, ସୁଳିଆପଦା, ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆ ଅଞ୍ଚଳରେ ଚାଷଜମି ଗୁଡିକରେ ପାଣି ପଶିବାର ଆଶଙ୍କା ରହିଛି । କଟିପୋଲ ସାନଖୁଡି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୩ଦିନ ଧରି ବସ୍ତା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବା ପରେ ନଦୀର ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0