ଜଳେଶ୍ୱର: ହକ ପାଇଁ ହୁଙ୍କାର ଦେବାକୁ ଯାଉଛି ଜଳେଶ୍ୱର କଂଗ୍ରେସ । ଜଳେଶ୍ୱର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ଓ ତାର ସମାଧାନ ଦାବି କରି ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ତେବେ ଯଦି ଦାବି ପୂରଣ ନହୁଏ ,ତେବେ ହକ ପାଇଁ ହୁକାର ଦେଇ ଲଢେଇ କରିବ ଜଳେଶ୍ୱର କଂଗ୍ରେସ। ଉନ୍ନତି କରଣ ନାମରେ କୌଣସି କାମ ନକରି ବିଲ ଉଠାଇବା,ମୁନ୍ସୀ ପାଳିଟିରେ ସଫେଇ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି, ବାଲି ଓ ମାଟିର ବେଆଇନ ଉତ୍ତୋଳନ ଓ ଚାଲାଣ କୁ ବିରୋଧ, ଗୃହ,ରେସନ ଓ ଭତ୍ତା ବଣ୍ଟନରେ ଅନିୟମିତତା କୁବିରୋଧ, ନିଶା କାରବାର ରୋକ ଲାଗିପାରୁନାହିଁ।ତେବେ ଯଦି ଏହି ସବୁ ସମସ୍ୟାର ସମାଧାନ ଓ ଦୋଷୀଙ୍କ ବିରାଧରେ କାର୍ୟ୍ୟାନୁଷ୍ଠାନ ନହୁଏ ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ। ଏହି ଅବସରରେ କଂଗ୍ରେସ ନେତା ସୁଦର୍ଶନ ଦାସ,ମହିଳା ସଶକ୍ତି କରଣ ଓ ତୃଣ ମୂଳ ସ୍ତରରେ ସଂଗଠନ କୁ ଅଧିକ ସୁଦୃଢ଼ୀ କରଣ କରିବାପାଇଁ ଆହୁଆନ ଦେଇଥିଲେ। ତେବେ ସରକାରରେ କଂଗ୍ରେସ ଥାଉ ବା ନଥାଉ ଲୋକଙ୍କର ସମସ୍ୟା ଓ ହକ ପାଇଁ କଂଗ୍ରେସ ଲଢେଇ କରୁଥିଲା, କିରୁଛି, ଏବଂ ଆଗାମୀ ଦିନରେ ଲଢେଇ କରିବ ବୋଲି ସୂଚନା ଦେଇଥଲେ।ଏହି ଅବସରରେ ସୁନୀଲ ପରିଡା, ସତ୍ୟ ସୁନ୍ଦର ଦାସ, ଗୋପାଳ କୃଷ୍ଣ ଜେନା, ରିଆଜ ଖାନ, ପଦ୍ମଲୋଚନ ବେହେରା, ରାଜୀବ କୁମାର ପରିଡ଼ା, ହେମନ୍ତ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0