ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଟ ଗ୍ୟାସ ଲିକ ଘଟଣାରେ କାର୍ୟ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀ ହେଲେ ନିଲମ୍ବିତ । ଗତକାଲି ଇସ୍ପାତ କାରଖାନାରେ ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ପରେ ୨ ଅଧିକାରୀ ହୋଇଥିଲେ ସସପେଣ୍ଡ । ଘଟଣାରେ ମୋଟ ୩ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ କାର୍ୟ୍ୟରେ ଅବହେଳା ପାଇଁ ଶକ୍ତି ପରିଚାଳନା ବିଭାଗର ଡିଜିଏମ ଜି. ବାରିକ ଓ କୋଲ କେମିକାଲ ବିଭାଗର ଡିଜିଏମ ଏନ. ଦାଶଙ୍କୁ ଆରଏସପି ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଦୀପକ କୁମାର ଚଟ୍ଟରାଜ ନିଲମ୍ବିତ ହୋଇଛନ୍ତି । ସୂଚନାନୁସାରେ, ସିସିଡିର ଗ୍ୟାସ ମିକ୍ସିଂ ଟ୍ୟାଙ୍କ ଇଲାକାରେ ମରାମତି କାମ ଚାଲିଥିଲା। ହଠାତ ପାଇପରୁ ବିଷାକ୍ତ ଗ୍ୟାସ ଲିକ ହୋଇ ଚାରିଆଡକୁ ବ୍ୟାପି ଯାଇଥିଲା। ପାଖରେ ମରାମତି କାମ କରୁଥିବା ୧୦ ଜଣ ଠିକା ଶ୍ରମିକ ଗ୍ୟାସ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରିଥିଲେ । ଏମାନଙ୍କ ମଧ୍ୟରୁ ଠିକାସଂସ୍ଥାର ସୁପରଭାଇଜର ବ୍ରହ୍ମାନନ୍ଦଙ୍କ ସମେତ ଅଭିମନ୍ୟୁ, ରବୀନ୍ଦ୍ର ଓ ଗଣେଶ ଗୁରୁତର ହୋଇ ପଡିଥିଲେ। କାରଖାନା ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କାରଖାନା ପରିସରସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ତାପରେ ସେଠାରୁ ସେମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଜ)ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0