ମାର୍ଗାଓ: ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗରେ ଏସସି ଇଷ୍ଟବେଙ୍ଗଲ ୨-୧ ଗୋଲରେ ଜାମସେଦପୁର ଏଫସିକୁ ହରାଇଛି । ଏହା ସହ ଚଳିତ ବର୍ଷ ପଏଣ୍ଟ ଟେବୁଲରେ ୧୬ ପଏଣ୍ଟ ସହ ଟେବୁଲର ୯ମ ସ୍ଥାନରେ ରହିଛି । ଅନ୍ୟପଟେ ଏହି ମ୍ୟାଚ ହାରିବା ପରେ ଜାମସେଦପୁର ଏଫସିକୁ ପ୍ଲେ-ଅଫ ମ୍ୟାଚରେ କର ବା ମର ପରିସ୍ଥିତି ଉପୁଜିଛି । ମ୍ୟାଚରେ ବିଜୟୀ ଦଳ ତରଫରୁ ମ୍ୟାଟିଜ ଷ୍ଟିନମ୍ୟାନ ଏବଂ ଆନ୍ଥୋନୀ ପିଲକିଙ୍ଗଟନ ଗୋଲ ସ୍କୋର କ କରିଥିବା ବେଳେ ଜାମସେଦପୁର ତରଫରୁ ବିଳମ୍ବରେ ପିଟଲ ହାର୍ଟଲି ଏକ ସାନ୍ତ୍ୱନାମୂଳକ ଗୋଲ ଦେଇଥିଲେ । ଇଷ୍ଟବେଙ୍ଗଲ ଦଳ ଅଧିକାଂଶ ସମୟ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ଦଳର ରକ୍ଷଣଭାଗ ଖେଳାଳିମାନଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0