ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ କରି ଅଲଆଉଟ ହୋଇଯାଇଛି । ଏହା ସହ ଭାରତୀୟ ଦଳ ଭ୍ରମଣକାରୀ ଦଳ ଇଂଲଣ୍ଡ ଠାରୁ ୨୪୧ ରନ ପଛରେ ରହିଛି । ତେବେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୭୮ ରନର ଏକ ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଭାରତୀୟ ଦଳ ବ୍ୟାଟିଂ କରି ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରୋହିତ ଶର୍ମା ୬ ରନ କରି ଜୋଫ୍ରା ଆର୍ଚରଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ଏହା ସହ ଓପନର ଶୁଭମାନ ଗିଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ସକ୍ଷମ ହୋଇପାରିନଥିଲେ । ଅନ୍ୟପଟେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମାତ୍ର ୧୧ ରନ କରି ବେସଙ୍କ ଶିକାର ହୋଇଥିଲେ । କୋହଲିଙ୍କ ପରେ ବ୍ୟାଟିଂ ପାଇ ଆସିଥିବା ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଏପରିସ୍ଥଳେ ୱାଶିଂଟନ ସୁନ୍ଦର ଏକାକି ଲଢେଇ ଜାରି କରି ଭାରତକୁ ୩୩୭ ରନ କରିବାରେ ସକ୍ଷମ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0