ଭୁବନେଶ୍ୱର : ପ୍ରବେଶିକା ପରୀକ୍ଷା ସରିବାର ମାତ୍ର ୫ଦିନ ମଧ୍ୟରେ ପ୍ରକାଶ ପାଇଛି ଜେଇଇ ମେନ୍ ପେପର୍-୧ ପରୀକ୍ଷା ଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଛାତ୍ର ସୌରଭ ସୌମ୍ୟକାନ୍ତ ନନ୍ଦ । ସେ ୯୯.୯୯ ପର୍ସେଣ୍ଟାଇଲ୍ ରଖିଛନ୍ତି। ତେବେ ଓଡ଼ିଶାରୁ ପରୀକ୍ଷା ଦେଇଥିବା ୨୭ହଜାର ଛାତ୍ରଛାତ୍ରୀ ରାଙ୍କ ହାସଲ କରିଥିବା ଏନଟିଏ ପକ୍ଷରୁ କୁହାଯାଇଛି। ଏହି ପରୀକ୍ଷାଫଳ ଆଧାରରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମରେ ନାମଲେଖା ହେବ। ଚଳିତ ବର୍ଷ କରୋନା ସଙ୍କଟ ମଧ୍ୟରେ ବହୁ ବାଦବିବାଦ ପରେ ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ୟ୍ୟନ୍ତ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ୨୩୨ଟି ସହରର ୬୬୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଜେଇଇ ମେନ୍ ପେପର୍-୧ ଓ ପେପର୍-୨ର ଫଳାଫଳ ଆଧାରରେ ୨.୪୫ ଲକ୍ଷ କୃତୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ଜଣ ଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଉକ୍ତ ପରୀକ୍ଷା ଚଳିତ ମାସ ୨୭ ତାରିଖରେ ହେବ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0