ନୂଆଦିଲ୍ଲୀ: ୟୁଏସ୍ ଓପନକୁ ଏଥର ନୂଆ ଚାମ୍ପିଅନ୍ ମିଳିବାର ସମ୍ଭାବନା ଅଛି । କାରଣ ଫାଇନାଲ ରାଉଣ୍ଡ ପାଇଁ ଦୁଇ ଖେଳାଳୀ ମନୋନୀତ ହୋଇସାରିଛନ୍ତି । ଜର୍ମାନୀର ଆଲେକଜ୍ୟାଣ୍ଡର ଜ୍ୱେରେବ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟରେ ସେମିଫାଇନାଲ ବିଜେତା ଡୋମିନିକ୍ ଥିମ୍ ପ୍ରଥମ ଥର ୟୁଏସ ଓପନରେ ନିଜ ସ୍ଥାନ ପକ୍କା କରିଛନ୍ତି । କରୋନା ମହାମାରୀ ସମୟରେ ୱିମ୍ବଲଡନ୍ ମ୍ୟାଚ୍ ରଦ୍ଦ ହେବା ପରେ ୟୁଏସ୍ ଓପନର ଆୟୋଜନ ମଧ୍ୟ ଆଶଙ୍କା ମଧ୍ୟରେ ଥିଲା । ଅନେକ ବଡ଼ ଖେଳାଳୀ ହଟିବା ପରେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ ଜାରି ରହିଛି । ଦୀର୍ଘ ୬ ବର୍ଷ ପରେ ୟୁଏସ୍ ଓପନକୁ ନୂଆ ବିଜେତା ମିଳିବ । ସୂଚନାଯୋଗ୍ୟ ଯେ ପ୍ରାୟ ୨୬ ବର୍ଷ ପରେ ଜର୍ମାନ ୟୁଏସ୍ ଓପନର ଫାଇନାଲରେ ପହଞ୍ଚିଛି । ପୁରୁଷ ବର୍ଗରେ ଡୋମିନିକ୍ ଥିମ ବନାମ ଆଲେକଜାଣ୍ଡର ଜ୍ୱେରେବ ଓ ମହିଳା ବର୍ଗରେ ଭିକ୍ଟୋରିଆ ଆଜାରେଙ୍କା ବନାମ ନାଓମି ଓସାକା ଫାଇନାଲ ବର୍ଗରେ ଖେଳିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0