spot_img

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ମେନ ରିଜଲ୍ଟ । ମାର୍ଚ୍ଚ ମାସର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି । ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ ରେଜଲ୍ଟ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଫେବୃଆରୀ ସେସନର ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇଥିଲା। । ଏହି ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ସେଥରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲା । ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଆଜି ପ୍ରକାଶ ପାଇଥିବା ରେଜଲ୍ଟରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା । ଦେବାଶିଷ ମୋଟ ୯୯.୯୫% ମାର୍କ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular