ଏଥର ଛାତ୍ରଛାତ୍ରୀଙ୍କ ଲାଗି ଓଡିଆ ଭାଷାରେ ହେବ ଜେଇଇ ପରୀକ୍ଷା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଡିଜି ଏନଟିଏ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ୟ୍ୟାୟ ଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମୋଟ ୧୩ଟି ଭାଷାରେ ଅନୁଷ୍ଠିତ ହେବ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0