ସୁନ୍ଦରଗଡ: ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ନିଖୋଜ ହୋଇଛନ୍ତି । ଏନେଇ ଭସ୍ନା ଥାନାରରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୁନ୍ଦରଗଡ ଜିଲ୍ଳା ଭସ୍ନା ଏବଂ କୁଣ୍ଡୁକେଲା ମଧ୍ୟରେ ସଫେଇ ନଦୀ ପୋଲ ଉପରେ ସୁଧୀରଙ୍କ ବାଇକ ରହିଛି । ଯେଉଁଥିରେ ଚାବି ଲାଗିଛି ତା ସହ ତାଙ୍କର ଜୋତା , ହେଲମେଟ ଏବଂ ମୋବାଇଲ ମଧ୍ୟ ପଡି ରହିଛି । ସୂଚନା ମୁତାବକ, ଗତକାଲି ରାତିରେ ସୁଧୀରଙ୍କ ଘରଲୋକ ଓ ତାଙ୍କ ସାଙ୍ଗସାଥୀ ସମସ୍ତେ ସବୁ ଅଞ୍ଚଳ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର ପତ୍ତା ମିଳିନଥିଲା । ଘର ଲୋକ ଏନେଇ ଭସ୍ନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0