ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ନିକଟ ଜାତୀୟ ରାଜପଥ ୫୫ରେ ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେଇ ପଳାଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ମାତ୍ର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମୃତ ଯୁବକ ଜଣଙ୍କ ଖୋର୍ଦ୍ଧା ଅରାଙ୍ଗ ଗ୍ରାମର ବାବୁଲି ପରିଡା ବୋଲି ଜଣାପଡିଛି । ବାବୁଲି ଏକ ମୋଟର ଫାଇନାନ୍ସ କମ୍ପାନୀର କଲେକ୍ସନ ଏଜେଣ୍ଟ ଭାବେ କାମ କରୁଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ପଳାଇ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0