ଆମେରିକା: ବାଇଡ଼େନଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍କ୍ରିଫ୍ଟ ଲେଖିଛନ୍ତି ବିନୟ ରେଡ୍ଡୀ । ରାଷ୍ଟ୍ରପତି କ’ଣ କହିବେ, କ’ଣ କରିବେ ନାହିଁ ସେହି କଥା, ଭାଷଣ ପୂର୍ବରୁ ଯାହା ଲେଖାଯାଏ, ତାହା ହିଁ ସ୍ପିଚର ସ୍କ୍ରିପ୍ଟ । ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଭାଷଣ ଲେଖିବା ପାଇଁ ନିଯୁକ୍ତ ହୋଇଥିବା ଟିମର ଇଏ ହେଉଛନ୍ତି ନିର୍ଦ୍ଦେଶକ ବିନୟ ରେଡ୍ଡୀ । ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀଙ୍କ ପୈତୃକ ଘର ତେଲେଙ୍ଗାନା ରାଜ୍ୟର କରିମ୍ନଗର ଜିଲ୍ଲା ପୋଥିରେଡ୍ଡୀପେଟା ଗାଁରେ । ହାଇଦ୍ରାବାଦ ସହରଠାରୁ ପ୍ରାୟ ଦୁଇଶହ କିଲୋମିଟର ଦୂରରେ ଏହି ଗାଁ ରହିଛି । ୭୦ ଦଶକରେ ବିନୟ ରେଡ୍ଡୀଙ୍କ ବାପା, ନାରାୟଣ ରେଡ୍ଡୀ ଆମେରିକାକୁ ଚାଲିଯାଇଥିଲେ । ନାରାୟଣ ରେଡ୍ଡୀ ଗାଁରେ ପାଠ ସାରିବା ପରେ ହାଇଦ୍ରାବାଦରେ ଡାକ୍ତରୀ ପାଠପଢା ସାରିଥିଲେ । ପରବର୍ତ୍ତୀ ସମୟରେ ସେ ଆମେରିକା ଚାଲିଯାଇଥିଲେ । ବିନୟ ରେଡ୍ଡୀ ଆମେରିକାର ଜନ୍ମ ହୋଇଛନ୍ତି, ଆଉ ସେଠି ବଢ଼ିଛନ୍ତି । ଜୋ ବାଇଡେନ୍ ଓ କମଲା ହାରିସ ନିର୍ବାଚନ ଜିତିବା ପୂର୍ବରୁ ଯେତେବେଳେ ପ୍ରଚାର କରୁଥିଲେ, ସେ ପ୍ରଚାରର ଭାଷଣ ଲେଖୁଥିଲେ । ଏହା ପୂର୍ବରୁ ଜୋ-ବାଇଡେନ ଉପ-ରାଷ୍ଟ୍ରପତି ଥିବା ସମୟରେ ମଧ୍ୟ ତାଙ୍କ ଭାଷଣ ଲେଖୁଥିବା ଟିମର ନେତୃତ୍ୱ ନେଉଥିଲେ । ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଜାତୀୟ ବାସକେଟ ବଲ ସଂଘର ଯୋଗାଯୋଗ ବିଭାଗ, ପରିବେଶ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗରେ ବିନୟ ରେଡ୍ଡୀ କାମ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0