ଭଦ୍ରକ : ଜାମା ମସଜିଦର ଉନ୍ନତିକରଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜୀବ ମଲ୍ଲିକ । ଭଦ୍ରକ ସହରର ପୁରୁଣା ବଜାର ସ୍ଥିତ ଜାମା ମସଜିଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ଘୋଷଣା କରିଥିଲେ । ତେବେ ଏହି ପ୍ରକଳ୍ପର ଉଦ୍ଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଭଦ୍ରକ ସାଂସଦ ଓ ବିଧାୟକ । ଏହି ଶିଳାନ୍ୟାସ ଜାମା ମସଜିଦର ଇମାମ ମୌଲାନା ସାଦିକ ହୋସେନଙ୍କ ଫତେହାର କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା । ଉଦଘାଟନୀ ଉତ୍ସବରେ ଭଦ୍ରକ ମୁସଲିମ ଜମାତର ସଭାପତିଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ । ଏହି ଅନୁଦାନରେ ମସଜିଦର ପାରିପାର୍ଶ୍ଵିକ ଉନ୍ନତିକାରଣ କାର୍ଯ୍ୟ କରାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0