spot_img

ଜୁନାଗଡ଼ ଏନଏସି ୨ଦିନ ପାଇଁ ସଟଡାଉନ୍

କଳାହାଣ୍ଡି : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ଓ ଆସନ୍ତାକାଲି ଜୁନାଗଡ଼ ଏନଏସି ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଜୁନାଗଡ଼ ସହରର ୧୨ଟି ୱାର୍ଡର ୧୯ ହଜାର ୬୫୬ ଜଣଙ୍କୁ ସ୍କ୍ରିନିଂ କରାଯିବ। ଏଥିପାଇଁ ୪୩ ଟିମ୍ ଗଠନ କରାଯାଇଛି। ଏଥିପାଇଁ ୬ ଜଣ ତହସିଲଦାର ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି।

ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍ବାସ୍ଥ୍ୟଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସେହିପରି ବୋର୍ଡା ଅଞ୍ଚଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୋର୍ଡା ପଞ୍ଚାୟତକୁ ସରପଞ୍ଚ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ତେଣୁ ଏହି ସଟଡାଉନ୍ ସମୟରେ ସମସ୍ତଙ୍କୁ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular