କଂଗ୍ରେସରେ ଯୋଗ ଦେବେ ଜେଏନ୍ୟୁର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର। ୨୮ ତାରିଖ ଦିନ ଏଦୁହେଁ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହେବେ। ତାଙ୍କ ସହ ଗୁଜରାଟ ଆର୍ଡିଏଏମ୍ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କଂଗ୍ରେସରେ ସାମିଲ ହେବେ। ଗତ କିଛି ଦିନ ହେବ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାଣୀ କଂଗ୍ରେସ ନେତୃତ୍ୱ ସମ୍ପର୍କରେ ଅଛନ୍ତି। ନିକଟରେ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ। ବିହାର ରାଜନୀତିରେ କ ହ୍ନେୟା କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। ବିହାରରେ ଏହାର ସହଯୋଗୀ ଆରଜେଡି ଏବଂ ସିପିଆଇ ଅପେକ୍ଷା କଂଗ୍ରେସ ଆହୁରି ଖରାପ ପ୍ରଦର୍ଶନ କରିଥିଲା। କଂଗ୍ରେସ ୭୦ ଟି ମଧ୍ୟରୁ ୧୯ଟି ଆସନ ଜିତିଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0