କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ। ସେମାନଙ୍କର ଶରୀର ଅଲଗା ଥିଲେ ବି ଜନ୍ମରୁ ଦୁହିଁଙ୍କ ମୁଣ୍ଡ ଲାଗି ରହିଥିଲା। ସେମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପରେସନ୍ ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହା ଜୁଲାଇ ୧୪ ତାରିଖରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ୨୦୧୭ ମସିହା ଅଗଷ୍ଟ ୨୮ ତାରିଖ ଦିନ ପ୍ରଥମ ଅପରେସନ୍ କରାଯାଇଥିଲା। ସେହି ଅପରେସନ୍ ପ୍ରାୟ ୨୫ ଘଣ୍ଟା ଲାଗିଥିଲା। ଏହାପରେ ଅକ୍ଟୋବର ୨୫ ତାରିଖରେ ଦ୍ବିତୀୟ ଅପରେସନ୍ ହୋଇଥିଲା। ଦୀର୍ଘ ୧୨ ଘଣ୍ଟାର ଅପରେସନ୍ ପରେ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା।। ଦୀର୍ଘ ୭୮୨ ଦିନ ଦିଲ୍ଲୀ ଏମ୍ସର ରହଣୀ ପରେ ସେଠାରୁ ଦୁଇ ଭାଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ୨୦୧୯ ସେପ୍ଟେମ୍ବରରେ ସେମାନଙ୍କୁ କଟକ ଅଣାଯାଇଥିଲା। ଏମ୍ସ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିବା ଏସ୍ସିବିର ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଜଗା କାଳିଆଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସାର ତଦାରଖ କରୁଥିଲେ । ସେବେ ଠାରୁ ଦୁଇ ଶିଶୁ ବଡ଼ ଡାକ୍ତରଖାନାରେ ରହିଥିବା ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଛି କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ କାଳିଆ ବୁଧବାର ଦିନ ଆଖି ବୁଜିଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0